ରିପୋର୍ଟ କାର୍ଡ / ନୟାଗଡ଼
ଦଶପଲ୍ଲା ଜେଲୁ ରୁ ଚମ୍ପଟ ମାରିଲେ ଜଣେ କଏଦୀ । ଜେଲ ପରିସରରେ ସଫେଇବେଳେ ଦୌଡ଼ି ପଳାଇଥିବା ସୂଚନା ମିଳିଛି । ସ୍ତ୍ରୀ ହତ୍ୟା ଅଭିଯୋଗରେ ବିଚାରଧୀନ ଥିଲେ କଏଦୀ ଜଣକ । ସୂଚନା ଅନୁସାରେ, ବିଚାରଧୀନ କଏଦୀ ହିମାଂଶୁ ଶେଖର ନାୟକ ଆଜି ଫେରାର ହୋଇଛନ୍ତି । ଅପରାହ୍ନରେ ୱାଡ଼ର୍ କୃଷ୍ଣ ଚନ୍ଦ୍ର ପ୍ରଧାନ ମୁଖ୍ୟ ଫାଟକ ସଫା କରୁଥିବା ବେଳେ ଫେରାର ହୋଇ ଯାଇଥିଲେ ହିମାଂଶୁ । ଏନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲର ମାନସ ରଞ୍ଜନ ସାମନ୍ତ । ୨୦୧୯ ମସିହାରେ ନିଜ ସ୍ତ୍ରୀକୁ ହତ୍ୟା କରି ବିଚାରଧୀନ କଏଦୀ ଥିଲେ ହିମାଂଶୁ ନାୟକ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….