Report Card Odisha

| Daily Odia News

ଆଜି ଭାରତ-ନେଦରଲାଣ୍ଡ୍‌ସ ମୁକାବିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତ ବିଶ୍ବକପ୍‌ରେ ଭାରତ-ପାକିସ୍ତାନ ମୁକାବିଲାର ସ୍ମୃତି କେହି ଭୁଲିନାହାନ୍ତି । ଆଜି ୧୨ ଟା ୩୦ ରେ ଆରମ୍ଭ ହେବ ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ସୁପର-୧୨ ପର୍ଯ୍ୟାୟରେ ଗ୍ରୁପ୍‌-୨ର ୨ୟ ମ୍ୟାଚ୍‌ ଖେଳିବ। ପାକିସ୍ତାନକୁ ହରାଇବା ପରେ ସେମିଫାଇନାଲରେ ପହଞ୍ଚିବା ଭାରତ ପାଇଁ ସେତେ କଷ୍ଟକର ହେବନାହିଁ ନିଶ୍ଚୟ। ତଥାପି ନେଦରଲାଣ୍ଡ୍‌ସକୁ ବଡ଼ ବ୍ୟବଧାନରେ ପରାସ୍ତକରି ଭାରତ ନେଟ୍‌ ରନ୍‌ରେଟ୍‌ରେ ଉନ୍ନତି କରିବାକୁ ଚାହିଁବ। ଗ୍ରୁପ୍‌ର ଶୀର୍ଷରେ ରହି​‌ଲେ ଭାରତ ଗ୍ରୁପ୍‌-୧ର ୨ୟ ଦଳ ବିପକ୍ଷରେ ଖେଳିବ। ତେଣୁ ବଡ଼ ବିଜୟ ଲକ୍ଷ୍ୟରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ଓହ୍ଲାଇବ। କିଛି ମ୍ୟାଚ୍‌ରେ ବର୍ଷା ବାଧକ ସାଜିବାର ଆଶଙ୍କା ଥିବାରୁ ପ୍ରତି ମ୍ୟାଚ୍‌କୁ ଭାରତ ନିଶ୍ଚୟ ଗୁରୁତ୍ବର ସହ ଖେଳିବ। ଯେପରି ଜିମ୍ବାୱେ ବିପକ୍ଷରେ ବାତିଲ ମ୍ୟାଚ୍‌ରୁ ପଏଣ୍ଟ ହରାଇ ଦକ୍ଷିଣ ଆଫ୍ରିକା ଚାପରେ ପଡ଼ିଯାଇଛି। ଶୁକ୍ରବାର ପ୍ରଥମଥର ଭାରତ ବିପକ୍ଷରେ ନେଦରଲାଣ୍ଡ୍‌ସ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଜିତିବାକୁ ଭାରତ ନିଶ୍ଚିତ ଭାବେ ଫେଭରିଟ୍‌। ହେଲେ କିଛି ହରାଇବାକୁ ନ ଥିବାରୁ ନେଦରଲାଣ୍ଡ୍‌ସ ନିଶ୍ଚୟ ନିର୍ଭିକ କ୍ରିକେଟ୍‌ ଖେଳିବ। ଏହା ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ସୁପର-୧୨ ଖେଳିବାରେ ନେଦରଲାଣ୍ଡ୍‌ସ ହେଉଛି ଏକମାତ୍ର ଆଇସିସିର ସହଯୋଗୀ ରାଷ୍ଟ୍ର। କଠିନ ପରିଶ୍ରମ କରି ସେମାନେ ସୁପର-୧୨ରେ ପହଞ୍ଚିଛନ୍ତି। ଏବେ ସେମାନେ ବଡ଼ ଦଳଙ୍କ ବିପକ୍ଷରେ ଖେଳିବାକୁ ଉପଭୋଗ କରିବାକୁ ଚାହାନ୍ତି। କାରଣ ସେମିଫାଇନାଲ ଖେଳିବା କଥା କଦାପି ନେଦରଲାଣ୍ଡ୍‌ସ ଖେଳାଳିଙ୍କ ମନରେ ନଥିବ। ପାକିସ୍ତାନ, ଭାରତ, ଦକ୍ଷିଣ ଆଫ୍ରିକା ପରି ଦଳ ତା’ର ଗ୍ରୁପ୍‌ରେ ଥିବାରୁ ଲଢ଼ୁଆ ପ୍ରଦର୍ଶନ କରି ବିପର୍ଯ୍ୟୟ ଘଟାଇଲେ ଏହା ତାଙ୍କ ପାଇଁ ବଡ଼ କୃତିତ୍ବ ହେବ।

Breaking News