ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଗ୍ରାମ୍ୟ ଗୃହ ଓ ବିକାଶ ନିଗମ ମାମଲାରେ ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ମିଳିଛି ଆଶ୍ୱସ୍ତି । ପୂର୍ବତନ ଆଇଏଏସ ଅଫିସର ବିନୋଦ କୁମାର ଓଆରଏଚଡିସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବିନୋଦଙ୍କ ଅପିଲକୁ ଗ୍ରହଣ କରାଯିବା ସହ ଜାମିନ ପ୍ରଦାନ କରାଯାଇଛି । ଏଥିସହିତ ଭିଜିଲାନ୍ସ କୋର୍ଟଙ୍କ ଜରିମାନା ଉପରେ ମଧ୍ୟ ରହିତାଦେଶ ଲାଗୁ ହୋଇଛି । ଜାମିନର ସର୍ତ୍ତ ନିମ୍ନ ଅଦାଲତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିନୋଦ । ଓଆରଏଚଡିସି ମାମଲାରେ ପୂର୍ବରୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତୁଙ୍କ ଆଶ୍ୱସ୍ତି ମିଳିଥିଲା ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….