ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି । ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ଦଖଲ କରିଛନ୍ତି। ଅଧିଗ୍ରହଣ କରିବାର ମାତ୍ର କିଛି ସମୟ ମଧ୍ୟରେ ଏଲନ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଓ ସିଏଫଓ ନେଡ ସେଗଲଙ୍କୁ କମ୍ପାନୀରୁ ବହିଷ୍କୃତ କରାଯାଇଛି । ଏହି ଅଧିକାରୀଙ୍କୁ କମ୍ପାନୀ ହେଡକ୍ୱାର୍ଟରରୁ ମଧ୍ୟ ବାହାର କରାଯାଇଥିବା ରାୟଟର୍ସର ଏକ ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଏଲନ ମସ୍କ ଏବେ ନିଜେ ଟିଟ୍ୱର ସିଇଓ ହୋଇପାରନ୍ତି । ଏହାପରେ ସେ ଏହି ପଦରେ ଅନ୍ୟ କାହାକୁ ନିଯୁକ୍ତି ଦେଇପାରନ୍ତି । ଚୁକ୍ତି ପୂରଣ ପାଇଁ ଥିବା ଡେଡ୍ ଲାଇନର ଗୋଟିଏ ଦିନ ପୂର୍ବରୁ ମସ୍କ ଟ୍ୱିଟର ଅଧିଗ୍ରହଣ କରିଛନ୍ତି । ତେବେ ଖୁବଶୀଘ୍ର ଟ୍ୱିଟର କର୍ମଚାରୀଙ୍କୁ ଏଲନ ମସ୍କ ସମ୍ୱୋଧିତ କରିପାରନ୍ତି । ମିଡିଆ ରିପୋର୍ଟ ମୁତାବକ, ଗୁରୁବାର ମସ୍କ ଟ୍ୱିଟକୁ କିଣିବା ପାଇଁ ଡିଲ୍ ଫାଇନାଲ କରିଥିଲେ। ସେ ଟ୍ୱିଟରକୁ ନିଜ ନିୟନ୍ତ୍ରଣକୁ ଆଣିବା ପରେ ସିଇଓ ପରାଗ ଅଗ୍ରୱାଲ, କମ୍ପାନୀର ମୁଖ୍ୟ ଆର୍ଥିକ କାରବାର ବୁଝୁଥିବା ଅଧିକାରୀ, ଆଇନ ନୀତି ଓ ସୁରକ୍ଷା ବିଭାଗର ମୁଖ୍ୟକୁ ବହିଷ୍କୃତ କରିଛନ୍ତି। ପ୍ରଥମେ ଟ୍ୱିଟରକୁ କିଣିବା ପାଇଁ ମସ୍କ ୪୪ ବିଲିୟନ ଡଲାରର ଚୁକ୍ତି କରିଥିଲେ। ଏ ସମ୍ପର୍କରେ ସେ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ଘୋଷଣା ବି କରିଥିଲେ। ତେବେ ସେ ପୁଣି ଏହି ଡିଲକୁ ଅଧାରୁ ଅଟକାଇ ଦେଇଥିଲେ। ଏହା ପରେ ଟ୍ୱିଟର ସିଇଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମସ୍କଙ୍କୁ ଏହି ଡିଲ୍ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅକ୍ଟୋବର ୨୭ ତାରିଖ ଯାଏ ସମୟ ଦେଇଥିଲେ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..