ରିପୋର୍ଟ କାର୍ଡ / କଟକ
ଝିଅ ଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । ବିବାହିତା ଝିଅ ମାନେବି ସରକାରୀ ଥଇଥାନ ଯୋଜନା ମୁତାବକ ନିଯୁକ୍ତି ପାଇପାରିବେ। ବିବାହ କରିବାର ଅର୍ଥ ନୁହେଁ ଯେ, ସେ ଅଯୋଗ୍ୟ, ଏହା ଅଯୋଗ୍ୟତାର ପ୍ରମାଣପତ୍ର ନୁହେଁ । ତେଣୁ ଯଦି, ଝିଅ ବିବାହ କରିଥାଏ, କେବଳ ସେହି କାରଣରୁ ତାଙ୍କୁ ଥଇଥାନ ଯୋଜନାରୁ ବାଦ ଦିଆଯାଇ ପାରିବନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ- ଆବେଦନକାରିଣୀ ବାସନ୍ତୀଙ୍କ ବାପା ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିଲେ । ୨୦୦୧ ମସିହାରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଯଦ୍ୱାରା ମୃତ ଶିକ୍ଷକଙ୍କ ବିଧବା ପତ୍ନୀ ଏବଂ ଦୁଇ ଝିଅ ଅସହାୟ ହୋଇପଡ଼ିଥିଲେ । ପରିବାର ପ୍ରତିପୋଷଣ ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ବଡ଼ଝିଅ ବାସନ୍ତୀ । ତାଙ୍କୁ ଥଇଥାନ ଯୋଜନାରେ ତୃତୀୟ ଶ୍ରେଣୀ କର୍ମଚାରୀ ରୂପେ ନିଯୁକ୍ତି ଦେବାପାଇଁ ସେ ଆବେଦନ କରିଥିଲେ। କିନ୍ତୁ ଆବେଦନାକାରିଣୀ ବିବାହିତା ହୋଇଥିବା କାରଣରୁ ତାଙ୍କ ଦରଖାସ୍ତଙ୍କୁ ନାମଞ୍ଜୁର କରିଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଯାହାକୁ ଚ୍ୟାଲେଞ୍ଜ କରି ଅବଦାନକାରିଣୀ ପ୍ରଥମେ ସ୍ୟାଟ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ ପିଟିସନ ଗ୍ରହଣ କରିବା ସହ ଆଇନ ମୁତାବକ ଆବେଦନାକାରିଣୀଙ୍କ ପ୍ରତି ବିଚାର କରିବାକୁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକାରୀ ନହେବାରୁ ୨୦୦୮ ମସିହାରେ ଆବେଦନାକାରିଣୀ ବାସନ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….