Report Card Odisha

| Daily Odia News

୧୦ ବର୍ଷ ବାସନ୍ଦ ହେଲେ ମେହୁଲ ଚୋକ୍‌ସି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ପୁଞ୍ଜି ବଜାରରୁ ୧୦ ବର୍ଷ ପାଇଁ ବାସନ୍ଦ କରାଯାଇଛି। ତାଙ୍କ ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ୫ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ‌୪୫ ଦିନ ଭିତରେ ଜରିମାନା ‌ଦେବାକୁ ତାଙ୍କୁ କୁହାଯାଇଛି। ସେୟାର କାରବାରରେ ହେରଫେର କରିଥିବା ଅଭିଯୋଗରେ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି। ଭାରତ ଛାଡ଼ି ଚାଲିଯାଇଥିବା ଚୋକ୍‌ସି ଏବେ ଆଣ୍ଟିଗୁଆରେ ରହୁଛନ୍ତି।

Breaking News