Report Card Odisha

| Daily Odia News

ଦେହ ବ୍ୟବସାୟ ଚାଲିଥିବା ବେଳେ ଗରାଖ ସାଜି ପହଞ୍ଚିଗଲେ ଏସ୍‌ପି……

ରିପୋର୍ଟ କାର୍ଡ / ବ୍ରହ୍ମପୁର

ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ବେଳେ ପହଞ୍ଚି ଗଲା ପୋଲିସ | ଗତକାଲି ରାତିରେ ଗରାଖ ସାଜି ପହଞ୍ଚିଥିଲେ ବ୍ରହ୍ମପୁର ଏସ୍‌ପି । ପୋଲିସ ଟିମ୍‌ ଗେଷ୍ଟହାଉସରେ ପହଞ୍ଚି ୧୦ ଗ୍ରାହକଙ୍କ ସହ ୪ ରାଣୀ ମହୁମାଛିଙ୍କୁ ସେଠାରୁ ଉଦ୍ଧାର କରିଥିଲା । ବ୍ରହ୍ମପୁର ସହରର ଟାଟା ଵେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସ ସେକ୍ସ ରାକେଟ ଚାଲିଥିଲା । ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଦେହ ବେପାର। ରାତି ହେଲେ ଏଠାରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼। ତୁଳସୀ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ବ୍ରହ୍ମପୁର ଏସପି କୌଣସି ସୁତ୍ରରୁ ଖବର ପାଇଥିଲେ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଗ୍ରାହକ ଭାବେ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରି ୧୦ଜଣ ଗ୍ରାହକ ସହ ୪ଜଣ ରୁପଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

 

Breaking News