ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ପାର୍ଟି ଏକା ଚାଲିବ। ଦଳକୁ କାହାର ସାହାଯ୍ୟ ଆବଶ୍ୟକ ନାହିଁ। କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ । କଂଗ୍ରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ନିଜର ପ୍ରଥମ ସାର୍ବଜନୀନ ସମ୍ୱୋଧିନରେ ଏହା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି କଂଗ୍ରେସ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଅଣବିଜେପି ସରକାର ଗଠନ କରିବ। ଦଳରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇ ଖାଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ମୋଦି ପ୍ରତିଦିନ ମିଛ ପ୍ରଚାର କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଖାଡଗେ କହିଛନ୍ତି, ଯଦି କୌଣସି ଅଣବିଜେପି ସରକାର ଆସିବ, ତେବେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆସିବ। ଆମେ ସରକାର ଗଠନ କରିବୁ। ସେ କହିଛନ୍ତି ଭାରତ ଯୋଡୋ ଯାତ୍ରାରେ ବହୁ ସଂଖ୍ୟାରେ ଯୁବକଙ୍କ ସମର୍ଥନ ମିଳୁଛି । କାରଣ ୨୦୧୪ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିବା ୨ କୋଟି ରୋଜଗାର ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖାଡଗେ କହିଛନ୍ତି, ‘ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ହେବାରେ ବିଳମ୍ୱ ହୋଇଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋର୍ବିରେ ଛିଣ୍ଡିଥିବା ପୋଲ ପରି ଅନ୍ୟ ପୋଲ ଗୁଡିକର ଉଦଘାଟନ କରିବାର ଅଛି । ସେହିପରି ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ଜାତୀୟ ରାଜନୀତିକୁ ନଜର ରଖି କେସିଆର ରାଜ୍ୟବାସୀଙ୍କ କଲ୍ୟାଣକୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି ।






More Stories
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..
ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର…..