ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆଜି ମୁଖ୍ୟନିର୍ବାଚନ ଆୟୋଗ ରାଜୀବ କୁମାର ଘୋଷଣା କରିଛନ୍ତି | ଦୁଇଟି ପର୍ଯ୍ୟରେ ନିର୍ବାଚନ ହେବ | ଡସମ୍ବେର ୧ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଥିବା ବେଳେ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ୨ୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ନାମାଙ୍କନ ଦାଖଲ ହେବ। ୩୩ ଜିଲ୍ଲାରେ ଚଳିତ ନିର୍ବାଚନରେ ୪ କୋଟି ୯୦ ଲକ୍ଷ ଭୋଟର ରହିଛନ୍ତି। ମତଦାନକୁ ଆଖିରେ ରଖି ୫୧ ହଜାର ୭୮୨ କେନ୍ଦ୍ର କରାଯାଇଛି। ମହିଳାଙ୍କ ପାଇଁ ୧୨୭୪ ମତଦାନ କେନ୍ଦ୍ର କରାଯାଇଛି। ଚଳିତ ନିର୍ବାଚନରେ ୪ ଲକ୍ଷ ୬୦ ହଜାର ଯୁବ ଭୋଟରଙ୍କୁ ସାମିଲ କରାଯାଇଛି। ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..