ରିପୋର୍ଟ କାର୍ଡ / ବାଲେଶ୍ଵର
ସ୍ତ୍ରୀକୁ ପିଟିପିଟି ମାରିଦେଇଛି ସ୍ଵାମୀ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାର ଜଳେଶ୍ଵର ଥାନା ଅଧୀନସ୍ଥ ମହମ୍ମଦ ନଗର ପାଟଣା ପଞ୍ଚାୟତ କୁବାଡିଆ ଗ୍ରାମରେ| କୁବାଡିଆ ଗ୍ରାମର କନ୍ଦା କିସ୍କୁଙ୍କ ସହ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଛି। ଏହି କାରଣରୁ ବିଭିନ୍ନ ସମୟରେ କନ୍ଦା ତାଙ୍କ ପତ୍ନୀ ଦୁର୍ଗୀ ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି କିଛି ଦିନ ତଳେ କନ୍ଦା ତାଙ୍କ ପତ୍ନୀଙ୍କୁ ଘରୁ ମାଡ଼ ମାରି ବାହାରକରି ଦେଇଥିଲେ । ସେହିଦିନଠାରୁ ସ୍ତ୍ରୀ ଦୁର୍ଗୀ ତାଙ୍କ ୩ ବର୍ଷର ପୁଅ ଓ ୭ ବର୍ଷର ଝିଅ ସହ ସେହି ଗାଁରେ ତାଙ୍କ ବାପା ଧାନରାୟ କିସ୍କୁଙ୍କ ଘରେ ରହି ଆସୁଥିଲେ। ତେବେ ଦୁର୍ଗୀ ଙ୍କୁ ଜୀବନରୁ ମାରିଦେବେ ବୋଲି କନ୍ଦା ବିଭିନ୍ନ ସମୟରେ ଧମକ ଚମକ ଦେଉଥିଲେ। ଗତକାଲି ସନ୍ଧ୍ୟାରେ ଗାଁ ଏକ ନିଛାଟିଆ ସ୍ଥାନରେ ଦୁର୍ଗି ନିଜ ବାପା ଘରକୁ ଫେରୁଥିବା ବେଳେ ଏହି ସମୟରେ ସ୍ୱାମୀ କନ୍ଦା ନିସ୍ତୁକ ମାଡ଼ ମାରିବା ସହ ହାତ ଗୋଡ଼ ଭାଙ୍ଗି ଦେଇ ପଳାଇଥିଲେ। ବାପ ଘର ଲୋକେ ଖବର ପାଇ ଘଟଣାସ୍ଥଳରୁ ଦୁର୍ଗୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ଘରକୁ ଆଣିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଜଳେଶ୍ଵର ପୋଲିସ ଘଟଣାସ୍ଥକୁ ଅନୁଧ୍ୟାନ କରି କନ୍ଦାକୁ ଗିରଫ କରିଥିବା ଜଣାପଡିଛି |






More Stories
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..
ବିଜେଡି କଟକ କନ୍ଦଳ…..