ରିପୋର୍ଟ କାର୍ଡ / ଭୁବନେଶ୍ବର
ଧାମନଗର ଉପନିର୍ବାଚନ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କିଛି ଦିନ ତଳେ ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ଦେହାନ୍ତ ହୋଇଥିଲା। ବିଜେପିର ଦିବଂଗତ ବିଧାୟକ ବିଷ୍ଣୁଚରଣ ସେଠୀ ବହୁତ ଲୋକପ୍ରିୟ ଥିଲେ। ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ଟିକଟ ଦେଇଥିଲା। ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ସେଠାରେ ଜିତିବାର ସମ୍ଭାବନା ରହିଥିଲା। ବିଜେପି ସେଠାରେ ଜିତିବ ବୋଲି ଆମେ ଆଶା କରୁଥିଲୁ। ଆମେ ନିକଟରେ ୩୦ଟି ଯାକ ଜିଲା ପରିଷଦ ଜିତିଛୁ। ଆମେ ଖୁବ କମ ଉପନିର୍ବାଚନ ହାରିଛୁ। ମୁଁ ଜନାଦେଶକୁ ସମ୍ମାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।






More Stories
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..
୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି……
ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ମୁହଁ ଖୋଲିଲେ ଡିଜିପି…..