Report Card Odisha

| Daily Odia News

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆ-କା-ମା-ବୈ ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର। ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାବା ରାସ ପୂର୍ଣ୍ଣିମା | ଏହି ତିଥିଟି ବ୍ରହ୍ମା, ବିଷ୍ଣୁ, ଶିବ, ଅଙ୍ଗିରା ଏବଂ ଆଦିତ୍ୟଙ୍କର ଦିବସ ଭାବେ ପାଳନୀୟ। ଏହି ଦିନ କରାଯାଇଥିବା ସ୍ନାନ, ଦାନ, ହୋମ, ଯଜ୍ଞ ତଥା ଉପାସନା ଆଦିର ଅନନ୍ତ ଫଳପ୍ରାପ୍ତି ହୋଇଥାଏ। ଏହି ଦିନ ଗଙ୍ଗାରେ ସ୍ନାନ ତଥା ସନ୍ଧ୍ୟାରେ ଦୀପଦାନର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରେ ଧର୍ମଡଙ୍ଗା ଭସାଇବା ଓଡ଼ିଆ ଘରର ଏକ ସଂସ୍କୃତି। ଏହି ପୂର୍ଣ୍ଣିମାରେ ଉତ୍କଳୀୟମାନେ ନୌବାଣିଜ୍ୟ ପରମ୍ପରାର ଇତିହାସ କୁ ମନେ ପକାଇଥାଏ | ଏଥିରେ କଦଳୀ ପଟୁକା ନିର୍ମିତ ଡଙ୍ଗା ସାଧାରଣତଃ ଭସାଯାଇଥାଏ। ପୂର୍ଣ୍ଣିମା ଦିନର ସୂର୍ଯ୍ୟ ଦେଖିବା ପୂର୍ବରୁ ସ୍ନାନସାରି ଡଙ୍ଗା ଭସାଇବା ବେଳେ ଉଚ୍ଚାରଣ କରିଥାନ୍ତି ଆ-କା-ମା-ବୈ ପାନଗୁଆ ଥୋଇ । ଏହା କହିବା ସହ ଦୀପ ଜାଳି, ପାନଗୁଆ ଥୋଇ, ଧର୍ମଡଙ୍ଗାକୁ ବନ୍ଦାପନା କରି ହ୍ରଦ, ନଦୀ, ପୁଷ୍କରିଣୀରେ ଭସାଇ ଦିଅନ୍ତି। ଆ-କା-ମା-ବୈ ଅର୍ଥାତ୍‌- ଆଷାଢ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ ଏପରି ପୁଣ୍ୟ ଚାରିମାସକୁ ବୁଝାଇଥାଏ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ପୂର୍ଣ୍ଣିମାରେ ପ୍ରାତଃସ୍ନାନ ବିଧାନ ଥିଲେ ସୁଦ୍ଧା କେବଳ ଓଡ଼ିଶାକୁ ବାଦ୍‌ ଦେଇ ଅନ୍ୟତ୍ର ଡଙ୍ଗା ଭସାଇବା ପରମ୍ପରା ପ୍ରଚଳିତ ନାହିଁ।

Breaking News