Report Card Odisha

| Daily Odia News

OAS ସ୍ତରରେ ଅଦଳବଦଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

OAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର | ୮ ଜଣ ଓଏଏସ୍ ଅଧିକାରୀଙ୍କର ବଦଳି ହୋଇଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ଓ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ମହାପ୍ରବନ୍ଧକ କମଲଜିତ ଦାସଙ୍କୁ କଟକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବୌଦ୍ଧ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶଶସନର ଉପ ପ୍ରଶାସକ(ରାଜସ୍ବ) ସୁବ୍ରତ କୁମାର ବେହେରାଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟିର ମହାପ୍ରବନ୍ଧକ(ପ୍ରଶାସନ), ହିଞ୍ଜିଳିକାଟୁ ପୌରପାଳିକାର ନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟିର ମହାପ୍ରବନ୍ଧକ(ସ୍ବତନ୍ତ୍ର ପ୍ରକଳ୍ପ) ଭାବେ ନିଯୁକ୍ତି ମିଳିଛି। ପୁରୀ ଡେପୁଟି ଜିଲ୍ଲାପାଳ ଇତିଶ୍ରୀ ନାୟକଙ୍କର ଭୁବନେଶ୍ବର ସ୍ମାର୍ଟ ସିଟିକୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି।

 

Breaking News