ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟପାଳ ଥାଓ୍ବରଚନ୍ଦ ଗେହଲଟ, ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଓ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପହଞ୍ଚିଥିଲେ। ସ୍ବାଗତ କାର୍ଯ୍ୟକ୍ରମ ପରେ ମୋଦି କବି କନକ ଦାସ ଓ ମହର୍ଷି ବାଲ୍ମିକିଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ବେଙ୍ଗାଲୁରୁର କେଏସ୍ଆର ରେଲଓ୍ବେ ଷ୍ଟେସନରେ ୫ମ ଥର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନ୍କୁ ମୋଦି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ମୈସୁରରୁ ଚେନ୍ନାଇ ପର୍ଯ୍ୟନ୍ତ ଯିବାକୁ ଥିବା ବନ୍ଦେ ଭାରତ ଟ୍ରେନ ଦକ୍ଷିଣ ଭାରତର ପ୍ରଥମ ସେମି-ହାଇ ସ୍ପିଡ ଟ୍ରେନ୍। ଏହି ଟ୍ରେନ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଲିପାରିବ। ଚେନ୍ନାଇରୁ ବେଙ୍ଗାଲୁରୁ ଯାତ୍ରାକୁ ମାତ୍ର ୩ଘଣ୍ଟା ମଧ୍ୟରେ ଶେଷ କରିବାର କ୍ଷମତା ଏହି ଟ୍ରେନର ରହିଛି ବୋଲି ରେଳ ଅଧିକାରୀ କହିଛନ୍ତି। ବନ୍ଦେ ଭାରତ ଟ୍ରେନ୍ରେ ଇଣ୍ଟଲିଜେଣ୍ଟ ବ୍ରେକିଂ ସିଷ୍ଟମ ଲଗାଇଛି। ଯାହା ଦ୍ୱାରା ଟ୍ରେନର ଗତି ଭଲ ଭାବରେ ନିୟନ୍ତ୍ରିତ ହୋଇପାରିବ। ଏଥିସହ ସମସ୍ତ ବଗିରେ ସ୍ବୟଂଚାଳିତ କବାଟ, ଭିଜୁଆଲ ସୂଚନା ବ୍ୟବସ୍ଥା, ୱାଇ-ଫାଇ ସିଷ୍ଟମ ଏବଂ ଆରାମଦାୟକ ସିଟ୍ ସୁବିଧା ରହିଛି। ପ୍ରଧାନମନ୍ତ୍ରୀ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ର ଉଦ୍ଘାଟନ କରିବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..