ରିପୋର୍ଟ କାର୍ଡ / କଟକ
ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ ଟାଙ୍କି ଫାଟି ଜଳିଗଲା ରୋଷେଇ ଘର । ବଡ଼ ଅଘଟଣରୁ ସୌଭାଗ୍ୟବଶତଃ ବଞ୍ଚିଗଲେ ସମସ୍ତ କୁନିକୁନି ପିଲା, ଅଙ୍ଗନୱାଡି ଦିଦି ଓ ସହାୟିକା। ଘଟଣା ଘଟିଛି କଟକ ଜିଲ୍ଲା ଲଳିତଗିରିଠାରେ । ଲଳିତଗିରି ଅଙ୍ଗନବାଡି ୨ କେନ୍ଦ୍ରରେ ରୋଷେଇ ହେଉଥିବା ବେଳେ ରୋଷେଇ ଘରୁ ବାହାରକୁ ପଳେଇ ଆସି ସହାୟିକା ଶିଶୁଙ୍କ ପାଇଁ ସିଝା ଅଣ୍ଡା ଛଡାଉଥିଲେ । ଏହି ଅଣ୍ଡା ତାଙ୍କ ଜୀବନ ବଞ୍ଚାଇଦେଲା। ଘରେ ପ୍ରଥମେ ଧୁଆଁ ହେବାରୁ କର୍ମୀ ଓ ସହାୟିକା ଅଙ୍ଗନୱାଡ଼ି ଶିଶୁମାନଙ୍କୁ କେନ୍ଦ୍ର ବାହାରକୁ ନେଇ ଆସିବା ପରେ ରୋଷେଇଘରେ ଗ୍ୟାସ ଟାଙ୍କି ଫାଟି ଜଳିବାକୁ ଲାଗିଥିଲା ରୋଷେଇ ଘର |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….