ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ପୁଣିଥରେ ଆଉ ଏକବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଶ୍ରୀ ମିଶ୍ର ଏବେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଗତବର୍ଷ ସେ ସରକାରୀ ଚାକିରିରୁ ଅବସର ନେବାର ଠିକ୍ ଦିନକ ପରେ ନଭେମ୍ବର ପହିଲାରେ ରାଜ୍ୟ ସରକାର ତାଙ୍କୁ ଏହି ପଦବୀରେ ଥଇଥାନ କରିଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପିରଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅବସରପ୍ରାପ୍ତ ଓଏଏସ୍ ଅଜିତ୍ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବା ଚୁକ୍ତି ଅବଧିକୁୁ ପୁଣିଥରେ ୧ବର୍ଷ ବୃଦ୍ଧି କରାଯାଇଛି । ୨୦୧୪ ଅଗଷ୍ଟ ମାସରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ନିୟମ ଅନୁସାରେ ତାଙ୍କୁ ପୁନଃନିଯୁକ୍ତି ମିଳିଛି ଓ ସରକାରୀ ସୁବିଧାସୁଯୋଗ ପାଇବାକୁ ହକଦାର ହେବେ। ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ଅନୁସାରେ, ଶ୍ରୀ ମିଶ୍ର ପଶ୍ଚିମଓଡ଼ିଶା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ବେଶ୍ ସକ୍ରିୟ ଥିବା ଜଣାପଡ଼ିଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..