ରିପୋର୍ଟ କାର୍ଡ / ଭୁବନେଶ୍ଵର
ଅଁଳା ନିୟମିତ ସେବନ କରିବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଜାଣନ୍ତୁ ….
ଅଁଳାରେ ଭରପୁର ମାତ୍ରାରେ ଭିଟାମିନ ସି ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିି ବୃଦ୍ଧି ହୋଇଥାଏ। ଶରୀରକୁ ଅନେକ ସଂକ୍ରମଣରୁ ଦୂରେଇ ରଖିଥାଏ। ଏହା ଶରୀରକୁ ଥଣ୍ଡା, ଜ୍ୱର, ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଥଣ୍ଡା ସମୟରେ ୨ ଚାମଚ ଅଁଳା ଗୁଣ୍ଡରେ ୨ ଚାମଚ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଖୁବ ଲାଭ ମିଳିଥାଏ।
ଅଁଳାରେ ଏକ ବିଶେଷ ପ୍ରକାରର ପ୍ରୋଟିନ ରହିଛି। ଯାହା ଦ୍ୱାରା ବାରମ୍ବାର ଭୋକ ଅନୁଭବ ହୋଇନଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଫ୍ୟାଟ୍ ମାତ୍ରା ମଧ୍ୟ ଖୁବ କମ ଥାଏ। ଏହା ପେଟରୁ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ଓ ଓଜନ ହ୍ରାସ କରିବାରେ ବେଶ ସହାୟକ ହୋଇଥାଏ।
ଯଦି ଆପଣଙ୍କୁ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ଭଳି ଅନୁଭବ ହେଉଛି, ନିୟମିତ ଗୋଟିଏ ଅଁଳାର ସେବନ ନିଶ୍ଚୟ କରନ୍ତୁ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାସହ ଆଖିରେ କୁଣ୍ଡାଇ ହେବା ଭଳି ଅନୁଭବ ହେଉଥିବା,ଆଖି ପୋଡା ସମସ୍ୟାକୁ ମଧ୍ୟ ଦୂର କରିଥାଏ।






More Stories
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ…..
ସୁନ୍ଦର ତ୍ୱଚା ପାଇଁ ଘରୋଇ ଉପାୟ…..
ରୂପି ସମସ୍ୟା ଦୂର କରନ୍ତୁ…..