Report Card Odisha

| Daily Odia News

କ୍ଷମା ମାଗିବାଲେ ଟୁଇଟର୍‌ ବସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ ସମୟ ମଧ୍ୟ ଦେଉଛନ୍ତି। ଟୁଇଟରରେ ତାଙ୍କର ୧୧୫ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ସେ ପ୍ରାୟ ସମସ୍ତ ପୋଷ୍ଟରେ ଟୁଇଟର୍‌ ସହ ଜଡିତ ସୂଚନା ଶେୟାର କରୁଛନ୍ତି। ଟୁଇଟର୍‌ ‘ସୁପର ସ୍ଲୋ’ ହୋଇଥିବାରୁ ମସ୍କ କ୍ଷମା ମାଗିଛନ୍ତି| ଏଲନ ମସ୍କ ତାଙ୍କର ଏକ ପୋଷ୍ଟରେ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଅନେକ ଦେଶରେ ‘ସୁପର ସ୍ଲୋ’ ହୋଇଥିବାରୁ ମୁଁ କ୍ଷମା ମାଗିବାକୁ ଚାହୁଁଛି। ମସ୍କ ମାଲିକ ହେବା ମାତ୍ରେ ଅନେକ ବଡ ପରିବର୍ତ୍ତନ କରିଛନ୍ତି। ଗୋଟିଏ ପଟେ ସେ କମ୍ପାନୀର ନୀତିରେ ପରିବର୍ତ୍ତନ ଆଣୁଥିବା ବେଳେ ଅନ୍ୟ ପଟେ କର୍ମଚାରୀଙ୍କ ଛଟେଇ ପାଇଁ ସେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଟୁଇଟର୍‌ ୫୦ ପ୍ରତିଶତରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି।

 

Breaking News