ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ ।ପରେ ମୋଟ୍ ୨୦ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି । ତାହା ସହ ୟୁଏସ, ଫ୍ରାନ୍ସ, ୟୁକେ ଓ ଜର୍ମାନୀ ଭଳି ରାଷ୍ଟ୍ର ନେତାଙ୍କ ସହ ମୋଦୀ ବୈଠକ କରିବେ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଆସନ୍ତା ବର୍ଷ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀ ଆୟୋଜନ କରାଯିବ । ଏହାକୁ ନେଇ ଭାରତର ବୈଦେଶିକ ସଚିବ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ସମ୍ମିଳନୀ ତିନିଟି ଅଧିବେଶନରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ତିନୋଟି ଅଧିବେଶନରେ ଅନ୍ୟ ବିଶ୍ୱ ନେତାଙ୍କ ସହ ଅଂଶଗ୍ରହଣ କରିବେ । ବାଲି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ଜି -୨୦ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ବିଚାର କରିବେ। ଶିଖର ସମ୍ମିଳନୀରେ ତିନୋଟି କାର୍ୟ୍ୟ ଅଧିବେଶନ ହେବ ବୋଲି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି କ୍ୱାଟ୍ରା କହିଛନ୍ତି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..