Report Card Odisha

| Daily Odia News

ସବରକରଙ୍କ ପ୍ରତି ଅପମାନ ବରଦାସ୍ତ କରାଯିବ ନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ପ୍ରତି ଅପମାନ ସୂଚକ ଟିପ୍ପଣୀ ବରଦାସ୍ତ କରାଯିବ ନାହିଁ। ସବରକରଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ। ମହାରାଷ୍ଟ୍ରରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ଏକ ଭାଷଣରେ ସବରକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏକନାଥ ସିନ୍ଧେଙ୍କ ହିନ୍ଦୁତ୍ୱ ଗୋଷ୍ଠୀ ଅଭିଯୋଗ କରିଛି। ହିନ୍ଦୁତ୍ୱ ବିଚାରଧାରାକୁ ସିଧାସଳ ନିଶାନା ରାଜ୍ୟର ଲୋକେ ସହ୍ୟ କରିବେ ନାହିଁ ବୋଲି ଏକନାଥ ସିନ୍ଧେ କହିଛନ୍ତି। ବଲାସାହେବ ଠାକରେଙ୍କ ଦଶମ ବାର୍ଷିକ ଉତ୍ସବରେ ସବରକର ଓ ହିନ୍ଦୁତ୍ୱ ଉପରେ ଆଲୋଚନାଚକ୍ରରେ ଯୋଗ ଦେଇ ସିନ୍ଧେ କହିଛନ୍ତି ଯେ, ମହାରାଷ୍ଟ୍ରର ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଅପମାନିତ ହୋଇଥିବାବେଳେ କିଛି ଲୋକ ନରମ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଶିବସେନା ସହ ଜଡିତ ସାଂସଦ ରାହୁଲ ଶେୱାଲେ ସବକରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଥିବାରୁ ରାଜ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବାକୁ ଦାବି କରିଛନ୍ତି।

Breaking News