Report Card Odisha

| Daily Odia News

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତାଲାଗି ହେବ । ଏଥିପାଇଁ ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପରମ୍ପରା ଅନୁଯାୟୀ ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ବାଡ଼ଗ୍ରାହୀ ଦଇତାପତି ଭିତରେ ପ୍ରବେଶ କରିବେ। ଠାକୁରଙ୍କୁ ସେମାନେ ପଇତା ଲାଗି କରିବେ । ଏହାପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ରାତିରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ତେବେ ପଇତାଲାଗି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଅନ୍ୟ ଦେବଦେବୀଙ୍କୁ ସେମାନେ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ।

Breaking News