ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏବେ ଟ୍ୱିଟର୍ ନୂଆ ପଲିସି ଘୋଷଣା କରିଛନ୍ତି ଏଲନ ମସ୍କ। ସେ ନିକଟରେ ‘ହେଟ୍ ସ୍ପିଚ୍’ ଉପରେ ଏକ ନୀତି ବନାଇଛନ୍ତି। ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି | ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ। ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ। ଏପରି ଟ୍ୱିଟର ଟ୍ରାଫିକକୁ ମଧ୍ୟ କମ୍ କରାଯିବ। ଜଣେ ଖୋଜିବା ପରେ ହିଁ ଏହି ଟ୍ୱିଟଗୁଡ଼ିକୁ ସେ ପାଇବ ନ ହେଲେ ଆପେ ଆପେ ଆପଣଙ୍କ ପାଖକୁ ଏପରି ଟ୍ୱିଟ ଆସିବ ନାହିଁ। ଏଲନ ମସ୍କ କହିଛନ୍ତି, ଟ୍ୱିଟରରେ ବାକ୍ ସ୍ୱାଧୀନତା ରହିବ, କିନ୍ତୁ ଅଯଥାରେ ନକରାତ୍ମକ ସ୍ପିଚ୍ ପ୍ରଚାର ହୋଇପାରିବ ନାହିଁ। ଟ୍ୱିଟର ମାଲିକାନା ହାସଲ କରିବା ପରେ ଟ୍ୱିଟରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରୁଛନ୍ତି ଏଲନ୍ ମସ୍କ। ବ୍ୟାନ୍ ହୋଇଥିବା ଆକାଉଣ୍ଟକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ସେହିପରି ଟ୍ୱିଟର ଅଧିଗ୍ରହଣ କରିବା ପରେ ବଡ଼ ଧରଣର ଛଟେଇ ମଧ୍ୟ ଆରମ୍ଭ ହୋଇଛି। ଟ୍ୱିଟରରୁ ଶହ ଶହ କର୍ମଚାରୀ ଇସ୍ତଫା ଦେଇଛନ୍ତି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..