ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ କାର ଖାଇରେ ଖସିପଡିଛି | ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଉତ୍ତରକାଶୀର ଦୁଣ୍ଡା ତହସିଲ ଅନ୍ତର୍ଗତ ବ୍ରହମଖାଲର ନିକଟ ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ୬ ଜଣ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହଠାତ୍ କାରଟି ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଏନଡିଆରଏଫ,ସ୍ଥାନୀୟ ପୋଲିସ ତଥା ପ୍ରଶାସନ ଟିମ ଘଟଣା ସ୍ଥଳରେ ଖବର ପାଇ ପହଞ୍ଚିଥିଲେ । କାରରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ ବୋଲି କୁହାଯାଉଛି । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..