ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପାରଦ ଖସିବ । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଉପକୂଳରେ ୨୩ ଓ ୨୪ ତାରିଖରେ କୁହୁଡ଼ି ସମ୍ଭାବନା ଅଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ୨୧ ଓ ୨୨ ତାରିଖ ଦକ୍ଷିଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଦେଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ୨୨ ଯାଏ ପାଗ ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତର ଅଞ୍ଚଳରେ ୨୧ ତାରିଖ ରାତିରେ ତାପମାତ୍ରା ୨ ଡିଗ୍ରୀ ବଢିବ । ପର ଦୁଇ ଦିନ ଯାଏ ଏହା ବଦଳିବନି । ୨୪ସୁଦ୍ଧା ଏହା ୨ ଡିଗ୍ରୀ କମିବ । ୨୬ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ପାଗ ଶୁଖିଲା ଓ ରାତିରେ କମ୍ ଶିଶିର ପଡୁଥିବାରୁ ଫସଲରେ ରୋଗ ପୋଗ କମ୍ ରହିବ । ଧାନରେ ଚକଡା ପୋକ ଲାଗିବାର ଆଶଙ୍କା ନାହିଁ । ପନିପରିବାରେ ଜଉ ପୋକ ଲାଗିପାରେ ବୋଲି ସେ ସତର୍କ କରାଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ବର୍ଷା ହୋଇପାରେ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..