ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ନବନିଯୁକ୍ତ ନିର୍ବାଚନ କମିଶନର ଅରୁଣ ଗୋଏଲ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପଞ୍ଜାବ କ୍ୟାଡର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ଗୋଏଲ୍ ଗତ ନଭେମ୍ବର ୧୮ ତାରିଖରେ ଅବସର ନେଇଥିଲେ। ତାଙ୍କୁ ଶନିବାର ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା। ସେ ୬୦ ବର୍ଷ ପୂରଣ କରିବା ପରେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବାର ଥିଲା । ନିର୍ବାଚନ କମିଶନ ୩ ଜଣିଆ କମିଟିରେ ଅନ୍ୟ ସଦସ୍ୟ ତଥା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ଶ୍ରୀ ଗୋଏଲ୍ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ’ରେ ସୁଶୀଲ ଚନ୍ଦ୍ର ମୁଖ୍ୟ ନିର୍ବାଚନ କମିସନର ଭାବେ ଇସ୍ତଫା ଦେବାପରେ ରାଜୀବ କୁମାର ଦାୟିତ୍ବ ନେଇଥିଲେ। ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ପୂର୍ବତନ ଅମଲା ଅଫିସର ଅରୁଣ ଗୋଏଲ। ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..