ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ | ପୂର୍ବରୁ ଲାଗୁହୋଇଥିବା କୋଭିଡ କଟକଣାକୁ ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏଥର ବିଧାନସଭା ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବ | ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ରେ ଭିତରକୁ ଯିବାକୁ ଅନୁମତି ମିଳିବ । ଆଜି ବସିଥିବା ସର୍ବଦଳୀୟ ବୈଠକପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବୈଠକରେ କୁହାଯାଇଛି ଯେ ଚଳିତ ଥର କଟକଣାରେ ନୁହେଁ ବର ସ୍ୱଭାବିକ ଭାବେ ଗୃହ ଚାଲିବ । ଶୀତ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ ଆଗତ କରିପାରନ୍ତି ବୋଲି ସୂଚନା ମିଳିଛି । ବିଧାନସଭା ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଗତ ହେବ । ଡ଼ିସେମ୍ବର ୨ରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ । ଏହି ଶୀତକାଳୀନ ଅଧିବେଶନକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ଏହି ଅଧିବେଶନଟି ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡ଼ିସେମ୍ବର ୩୧ରେ ଶେଷ ହେବାକୁ ନିଷ୍ପତ୍ତି ନିଆଯାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..