ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଆଜି ଏକ ୫.୭ ତୀବ୍ରତାର ଏକ ଭୂମିକମ୍ପ ଆସିଛି । ଗତ ୪ ଦିନ ମଧ୍ୟରେ ଏହା ହେଉଛି ୨ୟ ଭୂମିକମ୍ପ । କିନ୍ତୁ ଶୁକ୍ରବାର ସୁମାତ୍ରାରେ ଆସିଥିବା ଭୂମିକମ୍ପ ତୁଳନାରେ ଆଜି ଆସିଥିବା ଭୂମିକମ୍ପର ତୀବ୍ରତା କମ ଥିଲେ ବି ଏଥିରେ ଅଧିକ ଲୋକ ମୃତାହତ ହୋଇଛନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମର ସର୍ବଶେଷ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୪୪ ଲୋକ ମୃତ୍ୟୁବରଣ କରିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି । ଅନେକ ଲୋକ ଧ୍ବଂସସ୍ତୁପ ତଳେ ଚାପିହୋଇ ରହିଥିବାରୁ ଆଗକୁ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି । ସିଆନଜୁର ସହର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଭୂମିକମ୍ପ ଯୋଗୁଁ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ସବୁଠାରୁ ଦୁଃଖଦାୟକ ଖବର ହେଉଛି ଗୋଟିଏ ହସପିଟାଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ମଧ୍ୟରୁ ୨୦ ଜଣ ନିହତ ହୋଇଥିବାବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି । ସେହିପରି ସ୍କୁଲ, ଧାର୍ମିକ ସ୍ଥଳ ବି କ୍ଷତିଗ୍ରସ୍ତ ହୋଇଛି । କେବଳ ସିଆନଜୁର ସହର ନୁହେଁ, ଚାରିପାଖରେ ଥିବା ଗ୍ରାମାଞ୍ଚଳରେ ବି ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..