ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୋଜଗାର ମେଳା ଯୋଜନା ମାଧ୍ୟମରେ ମଙ୍ଗଳବାର ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଭାସି ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୁବପିଢ଼ିଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାର ପାଳନ ପୂର୍ବକ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ଏହାଦ୍ବାରା ଯୁବପିଢ଼ି ଚାକିରି ପାଇ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା ରହିଛି। ଗତ ଅକ୍ଟୋବର ରୋଜଗାର ମେଳା ଯୋଜନା ମାଧ୍ୟମରେ ମୋଦୀ ୭୫ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ।






More Stories
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ…..
ନେପାଳ ବନ୍ୟା;ହେବ ଡିଏନଏ ପରୀକ୍ଷା…..
ରନୱେରେ ଫାଟିଲା ବିମାନର ଟାୟାର…..