Report Card Odisha

| Daily Odia News

ଗୁଜରାଟରେ ବିଜେପି ଉପରେ ବର୍ଷିଲେ ରାହୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟ‌ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି | କଂଗ୍ରେସ ନେତା ରାହୁଲ ଗାନ୍ଧି ସୋମବାର ପ୍ରଥମ ଥର ପାଇଁ ନିର୍ବାଚନ ରାଲି କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ରୁ ବିରତି ନେଇ ରାହୁଲ ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି । ଗୁଜରାଟର ସୁରଟ ଜିଲ୍ଲାର ମହୁବାରେ ଆଦିବାସୀଙ୍କୁ ଉଦ୍‌ବୋଧନ ଦେଇ ରାହୁଲ ବିଜେପି ବିରୋଧରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ ଦେଶର କୃଷକ, ଯୁବଗୋଷ୍ଠୀ ଏବଂ ଆଦିବାସୀଙ୍କ ସହ କଥା ହେବାପରେ ସେମାନଙ୍କ ଦୁଃଖକୁ ଅନୁଭବ କରିଛନ୍ତି। ରାହୁଲ କହିଛନ୍ତି, ଆଦିବାସୀମାନେ ହେଉଛନ୍ତି ଦେଶର ପ୍ରଥମ ମାଲିକ। କିନ୍ତୁ ବିଜେପି ଆଦିବାସୀଙ୍କଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେବାପାଇଁ କାମ କରୁଛି। ବିଜେପି ମତରେ ତୁମେ ହେଉଛ ବନବାସୀ। ସେମାନେ ତୁମକୁ ଦେଶର ପ୍ରଥମ ମାଲିକ କହନ୍ତିନି। ତୁମେ ଜଙ୍ଗଲରେ ରହୁଛ। ଏହାର ଅର୍ଥ ସେମାନେ ଚାହାନ୍ତିନି ଯେ ତୁମେମାନେ ସହରରେ ରୁହ। ତୁମ ପିଲାମାନେ ଭଲ ପାଠ ପଢ଼ି ଇଂଜିନିୟର, ଡାକ୍ତର ଏବଂ ବିମାନ ଉଡ଼ାଇବା ଶିଖିବାପାଇଁ ସେମାନେ ଚାହାନ୍ତିନି। ସେମାନେ ଚାହାନ୍ତି ‌ତୁମେ ଜଙ୍ଗଲରେ ରୁହ। ତେବେ କେବଳ ଏତିକିରେ ସେମାନେ ଅଟକି ନାହାନ୍ତି। ସେମାନେ ତୁମ ନିକଟରୁ ଜଙ୍ଗଲ ମଧ୍ୟ ଛଡ଼ାଇ ନେବାକୁ ବସିଛନ୍ତି। ଯଦି ଏମିତି ଆଗକୁ ଜାରି ରହେ ତେବେ ଆଗକୁ ସମସ୍ତ ଜଙ୍ଗଲ କେବଳ ୨-୩ ଜଣ ଶିଳ୍ପପତିଙ୍କ ହାତରେ ଥିବ ଏବଂ ତୁମ ପାଖରେ ରହିବାପାଇଁ ଜାଗା ନଥିବ କି ତୁମ ପିଲାଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଚାକିରି କିଛି ମିଳିବନି ବୋଲି ରାହୁଲ କହିଛନ୍ତି |

Breaking News