Report Card Odisha

| Daily Odia News

ଇଣ୍ଡୋନେସିଆ ଭୂମିକମ୍ପର ମୃତ୍ୟୁ ସଂଖ୍ୟା ୨୫୨କୁ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଣ୍ଡୋନେସିଆର ପଶ୍ଚିମ ଜାଭା ଅନ୍ତର୍ଗତ ସିଆନଜୁର ସହରରେ ସୋମବାର ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୫୨କୁ ବୃଦ୍ଧି ପାଇବ ବୋଲି ଏକ ଇନଷ୍ଟାଗ୍ରାମ୍ ପୋଷ୍ଟ ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ଅତି କମରେ ୩୧ ଜଣ ନିଖୋଜ ଅଛନ୍ତି । ଏହି ଭୂମିକମ୍ପରେ ୩୭୭ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ୭,୦୬୦ରେ ପହଞ୍ଚିଛି । ପଶ୍ଚିମ ଜାଭାର ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ । କାରଣ ଏବେ ବି କିଛି ଲୋକ ଧ୍ବଂସସ୍ତୁପ ତଳେ ଫସିରହିଛନ୍ତି । ସେମାନଙ୍କ ପାଖକୁ ଉଦ୍ଧାରକାରୀ ଦଳ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି |ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିପୂରଣ ଘୋଷଣା କରିଛନ୍ତି । ଆଜି ସେ ପଶ୍ଚିମ ଜାଭା ପ୍ରଦେଶର ସିଆନଜୁର ସହର ଭୂକମ୍ପର କେନ୍ଦ୍ରସ୍ଥଳ ପରିଦର୍ଶନ କରିଥିଲେ । ଉଦ୍ଧାରକାରୀ ଦଳକୁ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବାକୁ ପ୍ରାଥମିକତା ଦେବାକୁ ଏବଂ ଭୂସ୍ଖଳନ ଦ୍ୱାରା ବିଚ୍ଛିନ୍ନ ହୋଇପଡ଼ିଥିବା ଅଂଚଳକୁ ଯଥାଶୀଘ୍ର ରାସ୍ତା ଖୋଲିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଆସିଥିବା ଭୂମିକମ୍ପର ତୀବ୍ରତା ୫.୭ ଥିଲା । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପଶ୍ଚିମ ଜାଭାର ସିଆନଜୁର ଅଂଚଳ ।

 

Breaking News