ରିପୋର୍ଟ କାର୍ଡ / କଟକ
ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା। ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷା ପାଇଁ ବିଭିନ୍ନ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପାଠ ଯାଇଥିବା ନେଇ ସୂଚନା ମିଳିଛି। ପରୀକ୍ଷା ଶୃଙ୍ଖଳିତ ଓ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ୍ ଖୋଲାଯିବ। ଚଳିତବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ। ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ। ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି। ଯେଉଁଥିରେ କନ୍ଧମାଳ ୭ଟି, ମାଲକାନଗିରି ୧୦ଟି, କୋରାପୁଟର ୫ଟି ଥାନାକୁ ସାମିଲ କରାଯାଇଛି। ଚଳିତବର୍ଷ ସ୍କୁଲଠାରୁ ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି। ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟାରେ ଛାତ୍ରଛାତ୍ରୀମାନେ ସେଣ୍ଟର ଭିତରକୁ ପ୍ରବେଶ କରିବେ। ଅନ୍ୟଦିନରେ ସକାଳ ୯.୧୫ ମିନିଟ୍ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍ ସମୟ ମିଳିବ। ପରୀକ୍ଷା କେନ୍ଦ୍ର ଭିତରକୁ କେହି ମୋବାଇଲ୍ ନେଇପାରିବେ ନାହିଁ। ପରୀକ୍ଷାର୍ଥୀ କେବଳ ପେନ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେଇପାରିବେ ନାହିଁ | ଚଳିତଥର ସମ୍ମେଟିଭ୍- ୧ ଓ ସମ୍ମେଟି -୨ ପରୀକ୍ଷା ସହ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷାରୁ ପରୀକ୍ଷାର୍ଥୀଙ୍କ ମାର୍କ ମୂଲ୍ୟାଙ୍କନ କରାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି |






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……