Report Card Odisha

| Daily Odia News

ଆଜିଠୁ ମାଟ୍ରିକ୍‌ ସମ୍ମେଟିଭ-୧ ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ ପରୀକ୍ଷା ଆଜିଠୁ ଆରମ୍ଭ ହେଉଛି । ରାଜ୍ୟରେ ମୋଟ ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ୫,୩୨,୭୧୨ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ । ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଆଜି ଇଂରାଜୀ ବିଷୟରେ ପରୀକ୍ଷା ହେବ। ୨୫ ତାରିଖରେ ଗଣିତ, ୨୬ରେ ମାତୃଭାଷା, ୨୮ରେ ସାଧାରଣ ବିଜ୍ଞାନ, ୨୯ ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। କପି ରୋକିବାକୁ ୩୬ଟି ସେଣ୍ଟ୍ରାଲ ସ୍କାଡ ବୋର୍ଡ ଦ୍ୱାରା ଗଠିତ ହୋଇଥିବାବେଳେ ଜିଲ୍ଲାସ୍ତରୀୟ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ୭୪ଟି ସ୍କ୍ବାଡ ରହିଛନ୍ତି। ଚଳିତବର୍ଷ ପ୍ରଶ୍ନପତ୍ର ସୁରକ୍ଷା ଉପରେ ବୋର୍ଡ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରରେ ଜଣେ ଲେଖାଏଁ ନିରୀକ୍ଷକଙ୍କୁ ନିୟୋଜିତ କରାଯାଇଛି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକ କିମ୍ବା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନେଇପାରିବେ ନାହିଁ। ଯଦି ମୋବାଇଲ ନେଇ କେହି ଧରାପଡନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ମାଓ ଅଞ୍ଚଳରେ ଯେପରି ପ୍ରଶ୍ନପତ୍ର ସୁରକ୍ଷିତ ରହିବ, ସେଥିପାଇଁ ୨୨ଟି ଥାନାରେ ନୋଡାଲ ସେଣ୍ଟର ଖୋଲାଯାଇଛି । ତନ୍ମଧ୍ୟରୁ କନ୍ଧମାଳରେ ୭, କୋରାପୁଟରେ ୫ ଏବଂ ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର ରହିଛି। ଏହି ନୋଡାଲ ସେଣ୍ଟରଗୁଡିକରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ଏବଂ ପରୀକ୍ଷା ଶେଷ ହେବା ପରେ ପ୍ରଶ୍ନୋତ୍ତର ଖାତାକୁ ନୋଡାଲ ସେଣ୍ଟରରେ ରଖାଯିବ। ଏଥିନିମନ୍ତେ ୭୬୧ଟି ଟିମ ଗଠିତ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Breaking News