ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୂମିକମ୍ପରେ ଥରିଲା ମହାରାଷ୍ଟ୍ରର ନାସିକ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ନାସିକଠାରୁ ୮୯ କିଲୋମିଟର ଦୂରରେ ଆଜି ସକାଳ ସମୟରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ଭୂମିଠାରୁ ୫ କିମି ତଳେ ଥିଲା। ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି କିଛି କ୍ଷୟକ୍ଷତି ଘଟିନାହିଁ । ଏହାପୂର୍ବରୁ ଗତକାଲି ଲଦାଖର କାରଗିଲ୍ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୩। ଭୂମିକମ୍ପର କେନ୍ଦ୍ରସ୍ଥଳ କାରଗିଲ ଠାରୁ ୧୯୧ କିଲୋମିଟର ଉତ୍ତରରେ ଥିଲା। ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିବା ବୈଜ୍ଞାନିକମାନେ ସୂଚନା ଦେଇଥିଲେ।






More Stories
ମହଙ୍ଗା ହେବ ବିମାନ ଯାତ୍ରା!…..
ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…..
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……