ରିପୋର୍ଟ କାର୍ଡ / ଭୁବନେଶ୍ୱର
ବଢ଼ିବ ଅଧ୍ୟାପକଙ୍କ ଅବସର ବୟସସୀମା। ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ କାର୍ଯ୍ୟରତ ଅଧ୍ୟାପକ ୬୨ ବର୍ଷ ଯାଏଁ କାର୍ଯ୍ୟ କରିବେ। ପୂର୍ବରୁ ଅବସରକାଳୀନ ବୟସ ସୀମା ୬୦ ଥିବାବେଳେ ଏହାକୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ତେବେ ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ। ସରକାରୀ ଓ ବେସକାରୀ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଏଣିକି ୬୨ ବର୍ଷ ଯାଏଁ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିବେ। ଶିକ୍ଷାବିତ୍ଙ୍କ କହିବା ଅନୁଯାୟୀ ଅବସର ବୟସସୀମା ବୃଦ୍ଧି କରାଗଲେ ଅଭିଜ୍ଞ ଶିକ୍ଷକଙ୍କ ଅଭିଜ୍ଞତା ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟାନ୍ୱୟନ ହେବ।






More Stories
ତିରିଂ ଅଞ୍ଚଳରେ ଡବଲ ମର୍ଡର ……
ଓଡିଶା ଆସିବେ ନୀତିନ ନବୀନ…..
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……