Report Card Odisha

| Daily Odia News

ଆପଙ୍କ ଗାଡିର କାଗଜପତ୍ର ଠିକ ଅଛିତ,କଟିବ ଚାଲାଣ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ନୂଆ ଟ୍ରାଫିକ ନିୟମ ଲାଗୁକରିବାକୁ ଯାଉଛନ୍ତି | ଏଣିକି ଅବୈଧ ଯାନକୁ ଇ-ଡିଟେକ୍ସନ ମାଧ୍ୟମରେ ଚିହ୍ନଟ କରାଯିବ । ଏଥିପାଇଁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ କରାଯାଉଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯେଉଁ ଗାଡି ଗୁଡ଼ିକର କାଗଜପତ୍ର ଅପଡେଟ୍ ନଥିବ ସେଗୁଡ଼ିକୁ ଇ-ଡିଟେକ୍ସନ ଦ୍ୱାରା ଧରାଯିବ । ଆସନ୍ତା ବର୍ଷ ଜାନୁଆରୀ ମାସ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ବୈଧ ନଥିବ ସେମାନଙ୍କ ନିକଟକୁ ଇ-ଚାଲାଣ ପଠାଯିବ । ଫାଷ୍ଟଟ୍ୟାଗ ଓ ଟୋଲଗେଟମାନଙ୍କରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଚାଲାଣ କଟାଯିବ । ସୂଚନା ଅନୁସାରେ-ନିକଟରେ ରାଜ୍ୟ ସରକାର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରିଥିଲେ । ନମ୍ବରପ୍ଲେଟ କୁନେଇ ଅନେକ ସମସ୍ୟା ଦେଖା ଦେଇଥିଲା |
ପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ନମ୍ବରପ୍ଲେଟ ଲଗାଇବା ସମୟ ସୀମା ବୃଦ୍ଧି କରିଥିଲେ| ଏହା ସହିତ ଲୋକଙ୍କର ସୁବିଧା ପାଇଁ ମୋ ସେବା କେନ୍ଦ୍ରରେ ଏଚଏସଆରପି ରେଜିଷ୍ଟ୍ରେସନ ଓ ସ୍ଲଟ୍ ବୁକିଂ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସୁବିଧା କରାଯାଇଥିଲେ।

Breaking News