Report Card Odisha

| Daily Odia News

ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଧୈର୍ଯ୍ୟ ଓ ସାହସିକତାର ପରିଚୟ ଦେଇ ଆଶୁ ବିପଦର ସମ୍ମୁଖୀନ ହେବାକୁ ପଡ଼େ। ଆତ୍ମଶକ୍ତିକୁ ଜାଗ୍ରତକରି ତା’ ଉପରେ ବିଶ୍ବାସ ରଖିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ବୃଷ : ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ଆଧ୍ୟାତ୍ମିକ ପଥର ପଥିକ ହୋଇପାରନ୍ତି। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ପତ୍ନୀ ପଥ ପ୍ରଦର୍ଶକ ହେବେ।
ମିଥୁନ : ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହୋଇପାରନ୍ତି। ଜଣେ ବିଶ୍ବାସୀ କର୍ମଚାରୀ ଭାବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ଭ୍ରାତୃଭାବ ଅତୁଟ ରହିବ। ଶତ୍ରୁ ଆତ୍ମସମର୍ପଣ କରିବ। ଋଣଦାତାଙ୍କୁ ସନ୍ତୁଷ୍ଟ କରିବେ।
କର୍କଟ : ଧନଲକ୍ଷ୍ମୀ ବରଦାୟିକା ଅଛନ୍ତି। ଆଶା କରୁନଥିବା ସୂତ୍ରରୁ ଧନାଗମ ହୋଇପାରେ। କନ୍ୟାରତ୍ନ ପାଇଁ ଗର୍ବିତ ହେବେ। ବାଣିଜ୍ୟ କାରବାର ସୁରୁଖୁରୁରେ ଚାଲିବ। ତେଜୀୟାନ୍‌ ଓ ଧର୍ମଧ୍ବଜାଧାରୀ ହେବେ।

ସିଂହ : କୃଷି ବିଶାରଦଭାବେ କୃଷକ ସମାଜକୁ ଦିଗ୍‌ଦର୍ଶନ ଦେବେ। ଉଦାର ଚରିତ୍ରସମ୍ପନ୍ନ ହେବେ। ଦାନଧର୍ମକୁ ଆଦରି ନେଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସ୍ନେହଶୀଳ ହୋଇପାରନ୍ତି।

କନ୍ୟା : ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଭାଷା ସାବଲୀଳ ବ୍ୟବହାର ପ୍ରାଣଛୁଅଁା ହୋଇପାରେ। ଅନୁଭୂତିରୁ ଉତ୍ପନ୍ନ ବଳରେ ସର୍ବଜୟୀ ହେବେ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ତୁଳା : ଧନର ଅନ୍ତଃପ୍ରବାହ ଅବ୍ୟାହତ ରହିବ। ସଞ୍ଚାୟାଭିମୁଖୀ ହୋଇପାରନ୍ତି। ଭାଗ୍ୟବଳରେ ବଳୀୟାନ୍‌ ହେବେ। ବାକ୍‌ ସଂଯମତା ଆପଣଙ୍କ ପ୍ରାଣଶକ୍ତି ଓ ସ୍ମରଣଶକ୍ତିକୁ ଉଦ୍‌ଜୀବିତ କରି ରଖିବ।

ବିଛା : ବଂଶ ପରମ୍ପରାରେ ଅଜନ୍ମାଜ୍ଞାନୀ ହୋଇପାରନ୍ତି। ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି ଆୟବୃଦ୍ଧି କରିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଚାହଁୁଥିଲେ ଆହାର ସୁଧାର ହେବ। ପରିଜନଙ୍କୁ ଖୁଆଇ ଆତ୍ମସନ୍ତୋଷ ଲାଭ କରିବେ।
ଧନୁ : ମନରେ ଲଗାମ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। ନିଷ୍ଠାପର ଉଦ୍ୟମ ବଳରେ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଭାଗ୍ୟବଳ ଅନୁକୂଳ ରହିଛି। ପରୋପକାର ପାଇଁ ଧନ ବ୍ୟୟ କରିବେ।

ମକର : ମାଟି ମୁଠାଏ ଧରିଲେ ତାହା ସୁନା ପାଲଟିଯିବା ଭଳି ଅପୂର୍ବ ସଫଳତା ଲାଭ କରିବେ। ସରକାରଙ୍କ କୃପାପାତ୍ର ହୋଇପାରନ୍ତି। କରିତ୍‌କର୍ମା ହେବେ। ଜନମନ କିଣିବାରେ ପାରଙ୍ଗମ ହୋଇପାରନ୍ତି।

କୁମ୍ଭ : ନୈତିକତାର ମହାମନ୍ତ୍ରରେ ଦୀକ୍ଷିତ ହୋଇପାରନ୍ତି। ସାରସ୍ବତ ସ୍ରଷ୍ଟାମାନଙ୍କ ମଧ୍ୟରେ ଅମଳିନ ଜ୍ୟୋତିଷ୍କ ହୋଇପାରନ୍ତି। ସ୍ବଅର୍ଜିତ ଜ୍ଞାନାଲୋକରେ କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି।

ମୀନ : ଭାଗ୍ୟବଳରେ ବଳୀୟାନ ହେବେ। ଶ୍ରଦ୍ଧା ଓ ବିଶ୍ବାସ ରଜୁରେ ଅନୁବନ୍ଧିତ ହୋଇପାରନ୍ତି। ଭକ୍ତି ରୂପକ ଅମୂଲ୍ୟରତ୍ନକୁ ପାଥେୟ କରିପାରନ୍ତି। ହେମାଙ୍ଗିନୀ ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ।

Breaking News