ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରାଯିବ । ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ ଡିସେମ୍ବର ୨ ତାରିଖରେ ପାରିତ ହେବ । ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ଏହି ଦୀର୍ଘ ଅଧିବେଶନେର ୬ଟି ବେସରକାରୀ କାର୍ଯ୍ୟଦିବସ ରହିଛି। ବିରୋଧୀ ବିଜେପି ଓ କଂଗ୍ରେସ ଅର୍ଚ୍ଚନା ପ୍ରସଙ୍ଗରେ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି। ସେହିପରି ଚାଷୀ ପ୍ରସଙ୍ଗରେ ମଧ୍ୟ ଅଲୋଚନା ହେବ । ଏହି ଅଧିବେଶନରେ କୋଭିଡ୍ କଟକଣା ଉଠାଇ ଦିଆଯାଇଛି। କୋଭିଡ୍ ପୂର୍ବରୁ ଯେପରି ଗୃହ କାର୍ଯ୍ୟ ଚାଲୁଥିଲା, ଏବେ ସେହିପରି ଚାଲିବ। ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ କୁ ଯିବାପାଇଁ ଅନୁମତି ରହିଛି | ଅନ୍ୟପଟେ ଆଜି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।






More Stories
୬ରୁ ସକାଳୁଆ କୋର୍ଟ……
ଶ୍ରୀରାମ ନବମୀରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…..
ବିଦ୍ୟୁତଗ୍ରାହକଙ୍କ ପାଇଁ ଖୁସିଖବର:ବଢ଼ିବନି ବିଲ୍…..