ରିପୋର୍ଟ କାର୍ଡ / ଭୁବନେଶ୍ବର
ଅର୍ଚ୍ଚନା ନାଗ ଗିରଫ ମାମଲାରେ ଆଜି ଇଡ଼ିରେ ହାଜର ହୋଇଛନ୍ତି କାର୍ ସୋରୁମ୍ ମାଲିକ । ଇଡିରେ ହାଜର ହେବା ପାଇଁ କାର୍ ସୋରୁମ୍ ମାଲିକ ଙ୍କୁ ନୋଟିସ୍ କରାଯାଇଥିଲା । ସୂଚନା ଅନୁସାରେ- ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍ଫେର୍ ମାମଲାର ଖୋଲତାଡ଼ କରୁଛି ଇଡି । ଅନେକ ଲୋକଙ୍କୁ ଇଡି ନୋଟିସ୍ କରିଥିଲା।ଏହିକ୍ରମରେ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ଇଡିରେ ହାଜର ହୋଇସାରିଥିବା ବେଳେ ଆଜି ଇଡି ରେହଜାର ହୋଇଛନ୍ତି କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକ ଗଙ୍ଗାଧର ସାମଲ | ତାଙ୍କ ଆକାଉଣ୍ଟରୁ ଅର୍ଚ୍ଚନା ନାଗଙ୍କ ଆକାଉଣ୍ଟ କୁ ଆସିଛି ଲାକ୍ଷାଧିକ ଟଙ୍କା | ସେ କାହିଁକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲେ ଏବଂ କେମିତି ଜାଣିଲେ ସେନେଇ ଇଡି ଜେରା କରିବ | ସଙ୍ଗାଧର ସାମଲ ହେଉଛନ୍ତି ବିଜେଡି ବିଧାୟକ ସୁଧୀର କୁମାର ସାମଲ ଙ୍କ ଭାଇ |






More Stories
ଆଜି କାଉଣ୍ଟରରେ ଟିକଟ ବିକ୍ରି……
ସାମ୍ବାଦିକଙ୍କ ପାଇଁ ପେନସନ୍……
ବିରୋଧୀଙ୍କ ମୌନ ପ୍ରତିବାଦ……