ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ନୂଆ ସେନା ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର। ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍ ଆଲ୍ଭିଙ୍କୁ ସୁପାରିଶ କରାଯାଇଛି। ଦେଶର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୁଣା ଆର୍ମି ଚିଫ୍ କମର ଜାବେଦ ବାଜୱା ୨୦୧୬ରେ ଏହି ପଦ ସମ୍ଭାଳିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୯ ନଭେମ୍ବର ୨୯ ତାରିଖରେ ଶେଷ ହୋଇ ଯାଇଥିଲା। ହେଲେ ଏହାପରେ ୩ ବର୍ଷ ପାଇଁ ପୁଣି ଥରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଥିଲା। ଆସନ୍ତା ୨୯ ତାରିଖରେ ୬୧ ବର୍ଷୀୟ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେବ। ସେ ପୁଣି ଥରେ ଏହି ପଦ ସମ୍ଭାଳିବା ପାଇଁ ଚାହୁଁ ନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ନୂଆ ଆର୍ମି ଚିଫଙ୍କ ନାମ ଘୋଷଣା କରାଯାଇଛି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..