ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟବ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବଜେଟ୍ ଉପସ୍ଥାପିତ କରିଥିଲେ। ଏହି ସମୟରେ ରାଜ୍ୟରେ ହାଇଛି ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲାକୁ ନେଇ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିଥିଲେ। କଂଗ୍ରେସ ଅର୍ଚ୍ଚନା ନାଗ ମାମଲା ଉଠାଇ ହଙ୍ଗାମା କରିଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ଦେଖିବାକୁ ମିଳିଛି | ନରସିଂହ ମିଶ୍ର, ମନମୋହନ ମାଝୀ ଗୃହରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ସରକାର ଙ୍କ ଉପରେ ବର୍ଷିଛନ୍ତି |






More Stories
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..
ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା…..