ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ | ଆଜି ସୁପ୍ରିମ୍ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ କରିବା ଲାଗି ଯୁବବର୍ଗଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମ୍ବିଧାନ ହେଉଛି ଦେଶର ପ୍ରଗତିକୁ ଗତିଶୀଳ କରାଇବାରେ ସବୁଠୁ ବଡ଼ ସାମର୍ଥ୍ୟ। ଆମ ସମ୍ବିଧାନର ସାରତତ୍ତ୍ବ ହେଉଛି ଯୁବ-କେନ୍ଦ୍ରିକ। ଆମ ଯୁବାଙ୍କ ମଧ୍ୟରେ ଅଧିକ ସଚେତନତା ଭରି ଦେବା ନିମନ୍ତେ ମୁଁ ସରକାରୀ ପ୍ରତିଷ୍ଠାନ ଓ ଅଦାଲତଙ୍କୁ ଅନୁରୋଧ କରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସପ୍ତାହକ ମଧ୍ୟରେ ଭାରତ ‘ଜି୨୦’ ଅଧ୍ୟକ୍ଷତା ପ୍ରାପ୍ତ କରିବ। ଏହା ଦେଶ ପାଇଁ ଗୋଟାଏ ବଡ଼ ସୁଯୋଗ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଇ-କୋର୍ଟ ପ୍ରକଳ୍ପ’ ଜରିଆରେ ନୂତନ ଉପକ୍ରମ ସବୁର ଶୁଭାରମ୍ଭ କରିଛନ୍ତି। ଏଥିରେ ରହିଛି, ‘ଭର୍ଚୁଆଲ୍ ଜଷ୍ଟିସ୍ କ୍ଲକ୍’ ‘ଜଷ୍ଟିସ୍ ମୋବାଇଲ୍ ଆପ୍ ୨.୦’, ‘ଡିଜିଟାଲ୍ କୋଟ’ ଏବଂ ‘ଏସ୍୩ ଡବ୍ଲୁଏଏଏସ୍ ୱେବ୍ସାଇଟ୍’।






More Stories
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..
ସୀମା ଜଗିବେ ସାପ-କୁମ୍ଭୀର…..