ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ | ଆଜି ସୁପ୍ରିମ୍ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ କରିବା ଲାଗି ଯୁବବର୍ଗଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମ୍ବିଧାନ ହେଉଛି ଦେଶର ପ୍ରଗତିକୁ ଗତିଶୀଳ କରାଇବାରେ ସବୁଠୁ ବଡ଼ ସାମର୍ଥ୍ୟ। ଆମ ସମ୍ବିଧାନର ସାରତତ୍ତ୍ବ ହେଉଛି ଯୁବ-କେନ୍ଦ୍ରିକ। ଆମ ଯୁବାଙ୍କ ମଧ୍ୟରେ ଅଧିକ ସଚେତନତା ଭରି ଦେବା ନିମନ୍ତେ ମୁଁ ସରକାରୀ ପ୍ରତିଷ୍ଠାନ ଓ ଅଦାଲତଙ୍କୁ ଅନୁରୋଧ କରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସପ୍ତାହକ ମଧ୍ୟରେ ଭାରତ ‘ଜି୨୦’ ଅଧ୍ୟକ୍ଷତା ପ୍ରାପ୍ତ କରିବ। ଏହା ଦେଶ ପାଇଁ ଗୋଟାଏ ବଡ଼ ସୁଯୋଗ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଇ-କୋର୍ଟ ପ୍ରକଳ୍ପ’ ଜରିଆରେ ନୂତନ ଉପକ୍ରମ ସବୁର ଶୁଭାରମ୍ଭ କରିଛନ୍ତି। ଏଥିରେ ରହିଛି, ‘ଭର୍ଚୁଆଲ୍ ଜଷ୍ଟିସ୍ କ୍ଲକ୍’ ‘ଜଷ୍ଟିସ୍ ମୋବାଇଲ୍ ଆପ୍ ୨.୦’, ‘ଡିଜିଟାଲ୍ କୋଟ’ ଏବଂ ‘ଏସ୍୩ ଡବ୍ଲୁଏଏଏସ୍ ୱେବ୍ସାଇଟ୍’।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..