ରିପୋର୍ଟ କାର୍ଡ / ବ୍ରହ୍ମପୁର
ରାଗିଂ ପରି ବ୍ୟାଧି ମାଢି ମାଢି ଚାଲିଛି | ସେଥିପାଇଁ ଅନେକ ଛାତ୍ର ଛାତ୍ରୀଙ୍କର ଜୀବନ ଯାଉଛି | କଲେଜରେ ରାଗିଂ ଜାରିରହିଥିବା ବେଳେ ଏବେ ସ୍କୁଲରେ ପହଂଚିଲାଣି | ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାର ଗୋଷାଣି ନୂଆଗାଁ ଅଞ୍ଚଳରେ ଥିବା ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲରେ ଘଟିଛି। ଏନେଇ ନିର୍ଯାତିତ ହୋଇଥିବା ତଥା ରାଗିଂର ଶିକାର ହୋଇଥିବା ଜଣେ ଷଷ୍ଠ ଶ୍ରେଣୀ ପିଲାର ମା’ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଙ୍କ ମା’ ଅନିତା ସାସମଲ ଥାନାରେ କରିଥିବା ଅଭିଯୋଗ କରି କହିଛନ୍ତି, ‘ଚାକିରି କାରଣରୁ ମୁଁ ଆର. ଉଦୟଗିରିରେ ରହୁଛି। ମୋ ପୁଅକୁ ଗୁରୁକୁଳ ଇଣ୍ଟନ୍ୟାସନାଲ ସ୍କୁଲର ହଷ୍ଟେଲରେ ଛାଡ଼ିଛି। ମାତ୍ର ସେଠାରେ କିଛି ସିନିୟର ଛାତ୍ର ତାକୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି।’ ‘ଏନେଇ ପିଲାଟି କାନ୍ଦି କାନ୍ଦି ଜଣାଇବାରୁ ଜୁଲାଇ ୩ ତାରିଖରେ ଏକ ମେଲ୍ କରି କଲେଜ ପ୍ରିନ୍ସପାଲଙ୍କୁ ଜଣାଇଥିଲି। ଏହାପରେ ବି ସେମାନଙ୍କ ଦୌରାତ୍ମ୍ୟ ବନ୍ଦ ହୋଇ ନ ଥିବା ବେଳେ ସେମାନେ ମୋ’ ପୁଅ ହାତରେ ଚେଙ୍କ ଦେଇଥିଲେ। ଏନେଇ ଚାଇଲ୍ଡ ହେଲପ୍ଲାଇନ୍କୁ ଜଣାଇବାରୁ ସେମାନେ ସେପ୍ଟେମ୍ବର ୨୭ରେ ସ୍କୁଲ ଯାଇଥିଲେ। ଆଉ ଆଗକୁ ଏପରି ହେବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।’






More Stories
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..