Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇଜିପ୍ଟର ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଆଗାମୀ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଛି । ଆରବ ଦେଶଗୁଡ଼ିକୁ ନେଇ ଖାସ୍ ରଣନୀତି ଆଧାରରେ ଏହି ପଦକ୍ଷେପ ଉଠାଯାଇଛି । ଭାରତୀୟ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ ଫତହ ଇଏଲ ସିସିଙ୍କ ଭେଟଘାଟ ଅକ୍ଟୋବରରେ କାହିରାରେ ହୋଇଥିଲା । ଏହି ଅବସରରେ ଭାରତୀୟ ବିଦେଶ ମନ୍ତ୍ରୀ ତାଙ୍କୁ ଅଧିକାରିକ ନିମନ୍ତ୍ରଣ ପତ୍ର ଦେଇଥିଲେ । ସୂଚନାଥାଉ କି ଇଜିପ୍ଟ ସେହି ୯ ଦେଶଗୁଡିକ ସୂଚୀରେ ସାମିଲ ଅଛି, ଯେଉଁମାନଙ୍କୁ ଭାରତର ଅଧ୍ୟକ୍ଷତାରେ ୨୦୨୩ରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରାଯାଇଛି । ୨୬ ଜାନୁଆରୀରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ରୂପରେ ନିମନ୍ତ୍ରଣ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଏବଂ ଭଲ ସମ୍ପର୍କକୁ ପ୍ରଦର୍ଶିତ କରୁଛି । ସୂଚନାଥାଉ କି ୨୦୨୧ ଏବଂ ୨୦୨୨ରେ ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ କାରଣରୁ କେହି ଅତିଥି ଆସିନଥିଲେ ।

Breaking News