Report Card Odisha

| Daily Odia News

ବେଳାଭୂମିରୁ ମିଳିଲା ଯୁବତୀଙ୍କ ମୃତଦେହ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ-କୋଣାର୍କ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି । ମେରାଇନ୍‌ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଆଜି ବେଳଭୂମିରେ ଜଣେ ଯୁବତୀଙ୍କ ମୃତଦେହ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ମେରାଇନ୍‌ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଏବେ ଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ଏହା ହତ୍ୟା ନା ମୃତ୍ୟୁ ପଛର ଆଉ କାରଣ କଣ ରହିଛି ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Breaking News