ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ପ୍ରତିଶ୍ରୁତି ଦେଇଛି ବିଜେପି । ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ| ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ସ୍କୁଟି ଦିଆଯିବ। ଜଳସେଚନ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୟୁସିସି କମିଟି ପ୍ରସ୍ତାବକୁ ଲାଗୁ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ଦଳର ନିର୍ବାଚନୀ ସଂକଳ୍ପ ପତ୍ର ଜାରି କରାଯିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଉପସ୍ଥିତ ଥିଲେ।






More Stories
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..
ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ…..