Report Card Odisha

| Daily Odia News

ଯୁବକଙ୍କୁ ୪ ଯୁବତୀ କଲେ ଗଣଦୁଷ୍କର୍ମ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବର ଜଳନ୍ଧରର ଜଣେ ଯୁବକଙ୍କ ଅଭିଯୋଗ ଏବେ ଦେଶରେ ହଇଚଇ ସୃଷ୍ଟି କରିଛି । ସମ୍ପୃକ୍ତ ଯୁବକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ୪ ଜଣ ଯୁବତୀ ଗଣଦୁଷ୍କର୍ମ କରିଛନ୍ତି । ପ୍ରଥମେ ଅପହରଣ ଓ ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ଗତ ସୋମବାର ଚମଡ଼ା କାରଖାନାରେ ନିଜ କାମରୁ ଫେରୁଥିବା ବେଳେ ତାଙ୍କ ପାଖରେ ଗୋଟିଏ କାର ଆସି ଅଟକିଥିଲା । ଏଥିରେ ୨୦ରୁ ୨୨ ବର୍ଷର ୪ ଜଣ ଯୁବତୀ ବସିଥିଲେ । ସେମାନେ କାରରୁ ଓହ୍ଲାଇ ଗୋଟିଏ କାଗଜ ଦେଖାଇ ଠିକଣା ପଚାରିଥିଲେ । ଆଉ ଯେତେବେଳେ ସେ କାଗଜ ନେଇ କିଛି କହିବାକୁ ଯାଉଥିଲେ, ସେତେବେଳେ ତାଙ୍କ ଆଖିରେ କିଛି ରସାୟନିକ ଦ୍ରବ୍ୟ ସ୍ପ୍ରେ କରିଥିଲେ, ଫଳରେ ସେ ଅଚେତ ହୋଇପଡ଼ିଥିଲେ । ହୋସ୍ ଆସିଲାବେଳକୁ ତାଙ୍କ ଗୋଡ଼ହାତ ବନ୍ଧାଯାଇଥିଲା, ଆଉ ସେ କେଉଁ ଦୂର ଜାଗାରେ ଜଙ୍ଗଲିଆ ଜାଗାରେ ଥିଲେ । ଯୁବତୀମାନେ ନିଜେ ମଦ ପିଇଥିଲେ ଓ ତାଙ୍କୁ ନିଶା ନେବାକୁ ବାଧ୍ୟ କରିଥିଲେ, ଆଉ ତାପରେ ତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଭଳି ଚାଞ୍ଚାଲ୍ୟକର ଅଭିଯୋଗ ଆଣିଥିବା ଯୁବକ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି । ଯୁବକ ଘରକୁ ଫେରିବା ପରେ ଏନେଇ ନିଜ ପତ୍ନୀଙ୍କୁ ଜଣାଇଥିଲେ । ହେଲେ ଥାନାରେ ଅଭିଯୋଗ କରିବାକୁ ତାଙ୍କୁ ପତ୍ନୀ ମନା କରିଥିଲେ । ତେବେ ଭାରତୀୟ ଆଇନରେ ପୁରୁଷଙ୍କୁ ଦୁଷ୍କର୍ମ ନେଇ ସେମିତି କିଛି ଧାରା ନାହିଁ, ଯାହାକୁ ବ୍ୟବହାର କରି ଦୋଷୀଙ୍କୁ ଦଣ୍ଡ ଦିଆଯାଇ ପାରିବ ।  ପୋଲିସ ମେଡ଼ିଆ ରିପୋର୍ଟ ଆଧାରରେ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

Breaking News