ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ଶାରଣ ଜିଲ୍ଲାର ଦାୱତରେ ଭୋଜି ଚାଲିଥିବା ବେଳେ ଏକ କାର ହଠାତ୍ ମାଡିଯାଇଛି । ଫଳରେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଦଶାହ କାର୍ଯ୍ୟରେ ଯାଇଥିବା ଜଣା ପଡିଛି । ତେବେ ଦୁର୍ଘଟଣା ଘଟାଇଥିବା କାର ଟି ପ୍ରଥମେ ଦ୍ରୁତ ଗତିରେ ଏକ ଦୋକାନକୁ ଭାଙ୍ଗି ଥିଲା ପରେ ଅନ୍ୟ ୧୮ ଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଛନ୍ତି । ଏଥିସହିତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି କାରଟି କାହାର ଏବଂ ଏହାକୁ କିଏ ଚଳାଉଥିଲା । ଏନେଇ ପୋଲିସର ଅଧିକ ଛାନବିନ୍ ଆରମ୍ଭ କରିଛି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..