ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗର ବ୍ଲାକମେଲିଂ ଓ ଅର୍ଥ ହେରଫେର ମାମଲାରେ ତଦନ୍ତ ଜୋରଦାର କରୁଛି ଇଡି । ଆଜି ଇଡିରେ ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ କରିଥିଲା ପୂର୍ବରୁ ପ୍ରମୋଦଙ୍କ ଘରେ ଭଡ଼ାରୁ ରହୁଥିଲେ ଅର୍ଚ୍ଚନା । ସୂଚନା ମୁତାବକ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍ଫେର୍ ମାମଲାର ଖୋଲତାଡ଼ କରୁଛି ଇଡି । ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବ୍ୟବସାୟୀ ଓ ସହଯୋଗୀମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ଇଡି ଜେରା କରୁଛି | ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱରଙ୍କୁ ଜେରା କରିସାରିଛି ଇଡି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….