ରିପୋର୍ଟ କାର୍ଡ / ଭୁବନେଶ୍ବର
୩ ଦଫା ଦାବିନେଇ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ତୃତୀୟ ଦିନରେ ଦିନରେ ପହଞ୍ଚିଛି । ରାଜ୍ୟରେ ହଜାର ହଜାର ଶିକ୍ଷକ ରାଜରାସ୍ତାକୁ ଆସିଛନ୍ତି | ଶିକ୍ଷକଙ୍କ ଆନ୍ଦୋଳନ ରାସ୍ତାରୁ ଯାଇ ବିଧାନସଭା କମ୍ପୁଛି | ବିଧାନସଭା ଶୀତକାଳୀନ ଅଧିବେଶରେ ଶିକ୍ଷକଙ୍କ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି | ଶିକ୍ଷକଙ୍କ ଆନ୍ଦୋଳନ ସଂପର୍କରେ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରାଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଚେତନ ରହିଛନ୍ତି। ଗତକାଲି ସଚିବ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି। ଦୀର୍ଘ ୪୫ ମିନିଟ ଧରି ଆଲୋଚନା ହୋଇଛି। ବିଭାଗୀୟ ସଚିବ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି। ଆମେ ଆଲୋଚନାର ଦ୍ୱାର ବନ୍ଦ କରି ଦେଇନୁ। ଏଥିରେ କିଛି ଆନ୍ତଃ ବିଭାଗୀୟ ବିଷୟବସ୍ତୁ ରହୁଥିବାରୁ ତା ଉପରେ ଆଲୋଚନା ଚାଲିଛି। ଆଜି ମଧ୍ୟ ମୁଖ୍ୟ ଶାସନ ସଚିବ ବୈଠକ ଡାକିଛନ୍ତି। ସେଠି ଶିକ୍ଷକ ସଂଘ ସହ ସେ ଆଲୋଚନା କରିବେ। ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଜିଦ ଅଟଳ ରହିଛନ୍ତି ବିରୋଧୀ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..