ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶକୁ ଶତ୍ରୁମାନଙ୍କ ଆକ୍ରମଣକୁ ରକ୍ଷା କରିବା ପାଇଁ ଭାରତୀୟ ସେନା ସର୍ବଦା ସଜାଗ ରହିଥାଏ । ଭାରତୀୟ ସେନା ଶତ୍ରୁର ସମସ୍ତ ଯୋଜନାକୁ ବିଫଳ କରିବା ପାଇଁ ନୂଆ ଯୋଜନା କରିଛି । ଗୁଇନ୍ଦା ଡ୍ରୋନ୍ କୁ ରୋକିବ ଚିଲ । ଏନେଇ ଚିଲକୁ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଭାରତୀୟ ସୀମାକୁ କୌଣସି ଡ୍ରୋନ ପଶିଲେ ଏହି ଚିଲ ତାକୁ ଆକ୍ରମଣ କରିବ । ଏଥିସହିତ ଶତ୍ରୁ ଡ୍ରୋନକୁ ସୀମା ପୂର୍ବରୁ ହିଁ ତଳକୁ ଖସାଇଦେବ । ତେବେ ପ୍ରଥମ ଥର ପାଇଁ ଭାରତୀୟ ସେନା ଏହିଭଳି ଉପାୟ ଆପଣାଇବାକୁ ଯାଉଛି । ଯାହାକୁ ନେଇ ଆଜି ଉତ୍ତରାଖଣ୍ଡ ଔଲିରେ ଚାଲିଥିବା ଯୁଦ୍ଧ ଅଭ୍ୟାସରେ ପ୍ରଦର୍ଶନ କରାଯାଇଛି ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..